ରାଜସ୍ବ ବିଭାଗର ଚଢ଼ାଉ, ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ତୁରୁମୁଙ୍ଗା ତଳ ସାହି ଘାଟ ନିକଟରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ରାଜସ୍ବ ବିଭାଗ ଜବତ କରିଛି। ନଦୀରୁ ବେଆଇନ ଭାବେ ବାଲି ପରିବହନ କାରଣରୁ ଜବତ ଟ୍ରାକ୍ଟର ଉପରେ ୧୦ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଛି। ଏହି ଚଢ଼ାଉରେ ରାଜସ୍ବ ପରିଦର୍ଶକ ବନମାଳୀ ନାଏକ ଓ ରାଜସ୍ବ ନୀରିକ୍ଷକ ସ୍ମୃତି ରଞ୍ଜନ ଧିର ସାମିଲ ଥିଲେ।

Comments are closed.