ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସ୍ଥିତ ହୋଟେଲ୍ ଶାନ୍ତିଲତା ପରିସରରେ ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ଏକ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଢେଙ୍କିକୋଟର ବଜରଙ୍ଗବାଲି ଏଣ୍ଟରପ୍ରାଇଜେସର ମନୋରଞ୍ଜନ ସାହୁଙ୍କ ସଂଯୋଜନାରେ ଏକ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦେଶର ଅନ୍ୟତମ ଅଗ୍ରଣୀ ସିମେଣ୍ଟ ନିର୍ମାତା ଜେକେ ଲକ୍ଷ୍ମୀ ସିମେଣ୍ଟ ଲିଃ ପକ୍ଷରୁ ବରିଷ୍ଠ ବିକ୍ରୟ ଅଧିକାରୀ ଲିପନ କୁମାର ଶତପଥୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଜେକେ ଲକ୍ଷ୍ମୀ ସିମେଣ୍ଟର ନୂତନ ଉତ୍ପାଦ ଜେକେ ଲକ୍ଷ୍ମୀ ପ୍ଲାଟିନୋର ଗୁଣବତ୍ତା, ରାଜମିସ୍ତ୍ରୀମାନଙ୍କୁ ମିଳୁଥିବା ମାଗଣା ସ୍ବାସ୍ଥ୍ୟ ବୀମା ଏବଂ ଜୀବନ ବୀମା ସମ୍ପର୍କରେ ରାଜମିସ୍ତ୍ରୀମାନଙ୍କୁ ସବିଶେଷ ସୂଚନା ଦେବା ସହ ସେମାନଙ୍କ ପିଲାଙ୍କ ପାଠ ପଢ଼ିବା ପାଇଁ ସଂସ୍ଥା ପକ୍ଷରୁ ବୃତ୍ତି ପ୍ରଦାନର ବ୍ୟବସ୍ଥା ଥିବା ସୂଚନା ଦେଇଛନ୍ତି। ସିମେଣ୍ଟ ଉତ୍ପାଦନର ମିଶ୍ରଣ ପଦ୍ଧତି ଅତ୍ୟାଧୁନିକ ଉପାୟରେ ଉତ୍ପାଦନ ସମ୍ପର୍କରେ ଭିଡିଓ ପ୍ରଦର୍ଶନ ଓ ସୂଚନା ଜରିଆରେ ରାଜମିସ୍ତ୍ରୀମାନଙ୍କୁ ଦେଖାଇ ବୁଝାଇ ଦିଆଯାଇଥିଲା। ବଜରଙ୍ଗବାଲି ଏଣ୍ଟରପ୍ରାଇଜେସର ନବକିଶୋର ସାହୁ, ନିରଞ୍ଜନ ସାହୁ ଓ ଜ୍ଞାନରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.