ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଅବସରକାଳୀନ ସମର୍ଦ୍ଧନା

ପାଟଣା: ସାହାରପଡା ବ୍ଲକ କପୁଣ୍ଡି ଗ୍ରାମପଞ୍ଚାୟତର ଧାନବେଣୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ ପ୍ରାରମ୍ଭିକ ନିଯୁକ୍ତି ପାଇ ସେହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଛନ୍ତି ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ମହାନ୍ତ। ତାଙ୍କର ଉନ୍ନତ ମାନର ଶିକ୍ଷାଦାନ ପଦ୍ଧତି ପାଇଁ ସେ ବିଗତ ଦିନରେ ରାଜ୍ୟପାଳଙ୍କଠାରୁ ପୁରସ୍କାର ପାଇଛନ୍ତି। ଛାତ୍ରବତ୍ସଳ ଶିକ୍ଷକ ଓ ସମାଜସେବୀ ଭାବେ ସେ ଅଞ୍ଚଳରେ ବେଶ ପରିଚିତ। ପୁରାତନ ଛାତ୍ର ଓ ଅନ୍ୟ ଶିକ୍ଷକମାନଙ୍କ ଦ୍ଵାରା ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା।

ଓଡିଶା କୁଡୁମି ସେନାର କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ, ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାରତୀ ରାମ, ଦୟାନିଧି ପାତ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଗୌରହରି ମହାନ୍ତ, ଶିକ୍ଷକ ଲିଙ୍ଗରାଜ ମହାନ୍ତ, ଲୋକନାଥ ମହାନ୍ତ, ସରପଞ୍ଚ ବିଜୟ ପଇଦା, ଶିକ୍ଷକ ରୁଦ୍ରନାରାୟଣ ମହାନ୍ତ, ସାହାରପଡା ଶିକ୍ଷକ ସଂଘ ସଭାପତି କଳାକାର ମହାନ୍ତ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶିକ୍ଷକ ଓ ସମାଜସେବୀମାନେ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କୁ ପ୍ରଶଂସା କରିଥିଲେ।

Comments are closed.