ଚାଳିଆ ପଲା ପୋଡିଗଲା, ବର୍ତିଗଲା ଦେଢ ବର୍ଷର ଶିଶୁ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁଟୁଗାଁ ଗ୍ରାମର ଟଲେଶ ପାତ୍ର ନାମକ ଜଣେ ବ୍ୟକ୍ତି ଖଳାରେ ଧାନ ଜଗିବା ପାଇଁ ଏକ ଅସ୍ଥାୟୀ ଚାଳିଆ ନିର୍ମାଣ କରିଥିଲେ। ଏହି ଚାଳିଆରେ ଟଲେଶଙ୍କର ୫ବର୍ଷର ଝିଅ ଓ ଦେଢ଼ବର୍ଷର ପୁଅ ଚାଳିଆ ଭିତରେ ଖେଳୁଥିବା ବେଳେ ଝିଅଟି ଚାଳିଆରେ ନିଆଁ ଲଗାଇ ଦେଇଥିଲା। ଚାଳିଆରେ ନିଆଁ ଲାଗିଥିବା ଦେଖି ଘର ଲୋକ ଚାଳିଆ ପାଖକୁ ଯାଇ ସଙ୍ଗେ ସଙ୍ଗେ ତାଙ୍କର ଦେଢ଼ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପାଟଣା ଅଗ୍ନିଶମ ବାହିନୀ ପୁଟୁଗାଁ ଗ୍ରାମକୁ ଯାଇ ଚାଳିଆରୁ ନିଆଁ ଲିଭାଇଥିଲେ। ନିଆଁ କବଳରୁ ଶିଶୁ ପୁତ୍ର ରକ୍ଷା ପାଇଥିବାରୁ ପରିବାରଟି ବଡ ଅଘଟଣରୁ ରକ୍ଷା ପାଇଛନ୍ତି।

Comments are closed.