ସାହାରପଡା ବ୍ଲକ ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଗଣଧାରଣା

ପାଟଣା: ବିଶେଷ କରି ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ସାହାରପଡା ବ୍ଲକ ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ଦ୍ୱାରା ଏକ ଗଣଧାରଣା, ବିକ୍ଷୋଭ, ଶୋଭାଯାତ୍ରା ସ‌ହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଦ୍ଵାରା ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗୋଷ୍ଠୀ ଉର୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ମହିଳାମାନଙ୍କୁ ଉଜ୍ଜ୍ୱଳା ଗ୍ୟାସ ସିଲିଣ୍ଡର ପ୍ରଦାନ କରିଛନ୍ତି ମାତ୍ର ଏହି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇ ଆଜି ୧୦୦୦ ଟଙ୍କାରେ ପହଞ୍ଚିଲାଣି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ମାତ୍ର ୫୫୬ଟଙ୍କା ଥିବା ବେଳେ ମାତ୍ର ୫ବର୍ଷ ମଧ୍ୟରେ ଏହା ପ୍ରାୟ ଦ୍ୱିଗୁଣିତ ହେଲାଣି। ଏହା ଛଡ଼ା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ମଧ୍ୟ ଅହେତୁକ ଭାବେ ଦର ବୃଦ୍ଧି ଘଟି ଚାଲିଛି। ଏହା ଉପରେ କୈାଣସି ଲଗାମ ଦିଆ ଯାଉନାହିଁ। ତେଣୁ ଅନେକ ପରିବାର ବର୍ତ୍ତମାନ ଭୋକ ଉପାସରେ ରହିବା ସହ ମହିଳାମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।

ଏହି ଅହେତୁକ ଦରବୃଦ୍ଧିକୁ ରୋକିବାକୁ ସେମାନେ ମହାମହିମ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅନୁରୋଧ କରୁଛନ୍ତି। ଏହି କାର୍ଯ୍ୟକ୍ରମ ସାହାରପଡା ଖେଳପଡିଆ ଠାରୁ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ ହୋଇ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେI କାର୍ଯ୍ୟକ୍ରମରେ ପାଟଣା ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷା କିରଣ ବାଳା ସିଂ, ବିଜେଡି ଜିଲ୍ଲା କୃଷକ ସଭାପତି ଦୀପକ ରାଜ, ବିଜେଡି ଜିଲ୍ଲା ଉପସଭାପତି ଦିଲ୍ଲୀପ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବେହେରା, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟନାରାୟଣ ପଣ୍ଡା, ଛାତ୍ର ସଭାପତି ପ୍ରଣବ ପହି, ବିଜେଡି ନେତା ଉତ୍ତମ କୁମାର ଖଟୁଆ, ବିଜୟ ଖଟୁଆ, କୁନା ଗିରି, ବିଜେଡି ନେତ୍ରୀ ଅନିତା ପରିଡା ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।

Comments are closed.