ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ; ୧ ମୃତ, ୧ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମାଛଗଡ଼ କେନ୍ଦୁଜୁଆଣି ରାସ୍ତାର କମାରମରା ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସିମିଡିହା ଗ୍ରାମର ଦାଶରଥି ବେହେରା ଓ ଗୁରୁତର ଜଣଙ୍କ ଗିଡୁ ମହାନ୍ତ ବୋଲି ଜଣାପଡିଛି। ଉଭୟ ବାଇକ୍ ଯୋଗେ କୌଣସି କାମରେ ମାଛଗଡ ଆସି ଫେରୁଥିବା ସମୟରେ ସେମାନଙ୍କ ବାଇକ୍ କମାରମାରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସ୍ଥଳରେ ଦାଶରଥି ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଗିଡୁ ମହାନ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.