ମହୁମାଛି ଆକ୍ରମଣରେ ଜଣେ ମୃତ

ପାଟଣା: ଧାନ ଵେଙ୍ଗଳା ପକାଉଥିବା ସମୟରେ ବାଘୁଆ ମହୁମାଛି ପଲ ଆକ୍ରମଣ କରିବାରୁ ଜଣେ ବୁଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଟିକିରା ଗ୍ରାମର ଶୁକଦେବ ନାୟକ ଓ ବାଳିଆ ମହାରଣା ଧାନ ବେଙ୍ଗଳା ପକାଉଥିବା ସମୟରେ ବାଘୂଆ ମହୁମାଛି ପଲ ସେମାନଙ୍କୁ ଆକ୍ରମଣ କରି ଗୁରୁତର କରିଥଲେ। ଉଭୟ ଚିକିତ୍ସାଧୀନ ଥିବା ବେଳେ ଶନିବାର ସକାଳେ ବାଳିଆ ମହାରଣା (୭୫)ଙ୍କର ମୃତ୍ୟୁ ଘଟିଛି।

Comments are closed.