ପନିପରିବା ମଞ୍ଜି ଓ ଔଷଧ ବଣ୍ଟନ

ପାଟଣା: ସାହାରପଡା ବ୍ଲକ ମହ୍ଲାରପଦା, ଯାମୁଦା ଓ ଖୁଂଟାପିଙ୍ଗୁ ଗ୍ରାମରେ ଚାଷୀଙ୍କୁ ପନିପରିବା ମଞ୍ଜି ଓ ଔଷଧ ବଣ୍ଟନ କରାଯାଇଛି। ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଭୁବନେଶ୍ୱର ତରଫରୁ ଫାର୍ମର ଫାଷ୍ଟ ପ୍ରୋଜେକ୍ଟ ମାଧ୍ୟମରେ ୧୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ମାଗଣାରେ ଏହା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସଂସ୍ଥାନର ବୈଜ୍ଞାନିକ ଡ଼ ଦେବବ୍ରତ ସେଠି, ଏସଆରଏଫ ଇଶା ଅନନ୍ଦିତା ସାହୁ, କ୍ଷେତ୍ର ସହଯୋଗୀ ଶିବପ୍ରସାଦ ମହାନ୍ତ ଓ ତପନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ବଣ୍ଟନରେ ସହାୟତା କରିଥିଲେ।

Comments are closed.