ଦୁଇ ଦିବସୀୟ ଆବାସିକ କୃଷକ ତାଲିମ ଶିବିର ଅନୁଷ୍ଠିତ

ପାଟଣା: ପାଟଣା ବ୍ଲକ କୃଷିବିଭାଗ ସଭଗୃହରେ ଦୁଇ ଦିବସୀୟ କୃଷକ ତାଲିମ ଶିବିର ଆଜି ଉଦଯାପିତ ହୋଇଛି। ନଭେମ୍ବର ୯ ଓ ୧୦ ଦୁଇ ଦିନ ଧରି ୪୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ତୈଳବୀଜ ଜାତୀୟ ଫସଲ ଚାଷ ଓ ଏହାର ରୋଗପୋକ ପରିଚାଳନା ସମ୍ପର୍କରେ ତାଲିମ ଦିଆଯାଇଥିଲା। ନିଜେ ତାଲିମ ଦାତା ଭାବେ ଗୋଷ୍ଠି କୃଷି ଅଧିକାରୀ କୃପାସିନ୍ଧୁ ସାହୁ ଓ ପାଟଣା ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ତୁରୁମୁଙ୍ଗା ବର୍ଷା ବୈଶାଳୀ ପ୍ରମୁଖ ଶିବିରାର୍ଥୀ ମାନଙ୍କ ପ୍ରଦର୍ଶନ ଗତ ଶିକ୍ଷା ସହ ମୌଖିକ ତାଲିମ ପ୍ରଦାନ କରିଥିଲେ। କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହରେ ଏହି କାର୍ଯ୍ୟକ୍ରମକୁ କୃଷି ଅଧିଦର୍ଶକ ଦୁର୍ଗାଚରଣ ତ୍ରିପାଠୀ,a ଅଭୟ କୁମାର ରାଉତ, ଗଙ୍ଗାଧର ମହାନ୍ତ, ପ୍ରକାଶ କୁମାର ସେଠୀ, ଜିଜ୍ଞାସା ପ୍ରିୟଦର୍ଶିନୀ ସାହାଣୀ ଓ ଇନ୍ଦ୍ରଜିତ ପୁହାଣ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଶିବିରାର୍ଥି ମାନଙ୍କ ମଧ୍ୟରୁ ଆଗ୍ରହୀ ଚାଷୀଙ୍କୁ ସୋରିଷ ବିହନ ଓ ପୁସ୍ତିକା ପ୍ରଦାନ କରାଯାଇଥିଲା।

Comments are closed.