ପାଣୁ ନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ନାଗରିକ

ପାଟଣା: ପୂର୍ବତନ ସାଂସଦ ତଥା ରାଷ୍ଟ୍ରୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କ ପିତା ସ୍ବର୍ଗତ ପାଣୁ ନାୟକ ଓ ମାତା ଗୁର ନାୟକଙ୍କ ତ୍ରୟୋଦଶ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଲଙ୍ଗଳକଣ୍ଟି ଠାରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଜନଜାତି ଆୟୋଗ ସଦସ୍ୟ ଶ୍ରୀ ନାୟକଙ୍କ ସହ ତାଙ୍କ ଭାଇ ଶରତ ଚନ୍ଦ୍ର ନାୟକ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସିଂହ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂହ ଉପସ୍ଥିତ ରହି ଢେଙ୍କିକୋଟର ବରିଷ୍ଠ ନାଗରିକ ତଥା ସମାଜସେବୀ ରବିନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ତଥା ସମାଜସେବୀ କୁଳମଣୀ ମଣ୍ଡଳ, ସମାଜସେବୀ ହରେକୃଷ୍ଣ ନାୟକଙ୍କୁ ପୁଷ୍ପଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଖଣ୍ଟଘର ଅଲେଖ ମଠର ବାବା ନୀଳମଣି ଦାସଙ୍କ ଦ୍ବାରା ଅଖଣ୍ଡ ଧ୍ବନି ସ୍ଥାପନ ସହ ଖଞ୍ଜଣି ଭଜନ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ଯୁବ ନେତା ଅଖିଳ ପାତ୍ର, ଅଜୟ କୁମାର ପଣ୍ଡା, ପୂର୍ବତନ ସାଂସଦଙ୍କ ପତ୍ନୀ ଲବଙ୍ଗଲତା ନାୟକ ଓ ପରିବାରର ସମସ୍ତେ ସଦସ୍ୟସଦସ୍ୟାଙ୍କ ସହ ଗ୍ରାମବାସୀ ସାମିଲ ଥିଲେ।

Comments are closed.