ଅଜଣା ଗାଡ଼ି ଧକ୍କାରେ ନାବାଳକ ମୁତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଚାନ୍ଦପଶି ସନ୍ନିକଟ କାନଝରି ଛକରେ ୨୨୦ ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ବାଳକ ଜଣକ ଚାନ୍ଦ ପଶି ମୁଣ୍ଡା ସାହିର କାଳିଆ ମୁଣ୍ଡାଙ୍କ ପୁଅ ରଇବୁ ମୁଣ୍ଡା (୮) ବୋଲି ଜଣାପଡିଛି। ଗୁରୁବାର ଦିନ ୨ଟା ସମୟରେ ରଇବୁ ରାସ୍ତା ପାର ହୋଉଥିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଇଶୂର ଚନ୍ଦ୍ର ପ୍ରଧାନ କେନ୍ଦୁଝର ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି।

Comments are closed.