ଲୁଟ ହେଉଛି ମନରେଗା ଅର୍ଥ, ଜଣେ ଶ୍ରମିକଙ୍କ ନାମରେ ଦୁଇ ଦୁଇଟି ଜବକାର୍ଡ

ପାଟଣା: ପାଟଣା ବ୍ଲକ ଅଞ୍ଚଳରେ ମନରେଗା ଅର୍ଥ ଚଳୁ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ନମୁନା ଯମୁନାପଶି ପଞ୍ଚାୟତ ଅଞ୍ଚଳରେ ହୋଇଥିବା ଜାଣିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ କୋଡଖମଣ ଗ୍ରାମର ଦିବ୍ୟଲୋଚନ ମହାନ୍ତ ପିତା ଲକ୍ଷ୍ମୀଧର ମହାନ୍ତଙ୍କ ନାମରେ ଦୁଇ ଦୁଇଟି ଜବ କାର୍ଡ ରହିଛି। ଗୋଟିଏ କାର୍ଡର ଆଇଡି ୪୦୮୦୦ ହୋଇଥିବା ବେଳେ ଅନ୍ୟଟିର ଆଇଡି ୪୦୮୦୬ ରହିଛି। ସେହିପରି ଗ୍ରାମର ସୁଧୀର କୁମାର ମହାନ୍ତ ପିତା ପୀତବାସ ମହାନ୍ତଙ୍କର ମଧ୍ୟ ଦୁଇଟି ଜବ କାର୍ଡ ରହିଛି। ଗୋଟିକରେ ପରିବାର ଆଇଡି ୮୦୮୦୧ ଥିବାବେଳେ ଅନ୍ୟ ଆଇଡି ର ନମ୍ୱର୍ ୪୦୮୦୭ ରହିଛି। ଏପରିକି ଏହି ଜବ କାର୍ଡ ମାଧ୍ୟମରେ କାମ କରି ୨୦୨୦ ଅକ୍ଟୋବର ଓ ନଭେମ୍ବରରେ ଏମାନେ ପ୍ରାପ୍ୟ ମଧ୍ୟ ପାଇଥିବା ସୂଚନା ମିଳିଛି। ଜଣେ ଶ୍ରମଜୀବୀଙ୍କୁ ଦୁଇ ଦୁଇଟି ଆଇଡି ମିଳିବା ପଛରେ ଖଳନାୟକ କିଏ ଘଟଣାର ସବିଶେଷ ଓ ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Comments are closed.