ଜାମୁପଶି ଏକାଦଶ ଚମ୍ପିଆନ୍

ପାଟଣା: ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତ ଗୋପପୁର ମିନି ଷ୍ଟାଡିୟମରେ ମହାଲକ୍ଷ୍ମୀ କ୍ଲବ ତରଫରୁ ଆୟୋଜିତ ୫ମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ୩୨ଟିଦଳ ଅଂଶଗ୍ରହଣ କରିଥିଲେ। ଏହି ୫ ଦିନିଆ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଫାଇନାଲ ମ୍ୟାଚ ଭୋଳବେଡା ଓ ଜାମୁପଶି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜାମୁପଶି ଚଳିତ ବର୍ଷର ଚମ୍ପିଆନ୍ ହୋଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୁବନେତା ଦେବାଶିଷ ପାତ୍ର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଯୁବ ବିଜୁ ଜନତା ଦଳର ଉପ ସଭାପତି ଏସ.କେ ଇମରାନ, ଓଡିଶା କ୍ରିକେଟ ଅମ୍ପେୟାର ବୁଲୁ ପଟ୍ଟନାୟକ, ବଳରାମ ବେହେରା ଓ ତରୁଆଁ ପଞ୍ଚାୟତ ସରପଞ୍ଚଙ୍କ ସହ ମୁଖ୍ୟବକ୍ତା ଭାବେ ରଘୁନାଥ ମିଶ୍ର, ସମ୍ମାନିତ ବକ୍ତା ଭାବେ ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ନାୟକ, ସଭ୍ୟ ଭରତ ଚନ୍ଦ୍ର ମହାନ୍ତ ଯୋଗ ଦେଇ କୃତି ଖେଳାଳି ଓ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।

କ୍ଲବର ସଭାପତି ପ୍ରଦୀପ କୁମାର ନାୟକ ସମ୍ପାଦକ ରାହାସ ବିହାରୀ ନାୟକ, ସଦସ୍ୟ କୁଞ୍ଜବିହାରୀ ନାୟକ, ମଳୟ ନାୟକ, ନିର୍ମାଳ ନାୟକ, ଲିପୁନ ଡମ୍ବରୁଧର, ପ୍ରଶାନ୍ତ, ଅଜିତ, ରାଧେ, ରାଜୁ, ରକି, ଉଦୟ ପ୍ରମୁଖ ସହଯୋଗ କରିଥିଲେ। ଖେଳର ରେଫରି ପ୍ରମୋଦ କୁମାର ବାରିକ ରାହାସ ନାୟକ, କୁଞ୍ଚ ବିହାରୀ ନାୟକ, ଧାରା ବିବରଣୀ ଲମ୍ବୋଦର ମହାନ୍ତ, ଚିନ୍ମୟ ପଲେଇ ଓ ଗଣିଆଁ ମହାପାତ୍ର କରିଥିଲେ। ଜଜ ଭାବେ ଦୁଃଖବନ୍ଧୁ ନାୟକ ଓ କୁଞ୍ଜବିହାରୀ ନାୟକ ଫାଇନାଲ ମ୍ୟାଚକୁ ସୁଚାର ରୂପେ ପରିଚାଳନା କରିଥିଲେ। ଚମ୍ପିଆନ୍ ଦଳକୁ ଟ୍ରଫି ସହ ନଗଦ ୧୨ ହଜାର ଟଙ୍କା ଅର୍ଥ ରାଶି ଓ ରନର୍ସ ଅପ ଦଳକୁ ସାନ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ। ସେହିପରି ତୃତୀୟ ଭୁଲଦା ଦଳକୁ ୫ହଜାର ଟଙ୍କା ଓ ଚତୁର୍ଥ ଜାମୁପଶି ଦଳକୁ ୩ ହଜାର ଟଙ୍କା ପୁରସ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ। ଶ୍ରେଷ୍ଠ ଖେଳାଳିଙ୍କୁ ୫ଶହ ଟଙ୍କା ଓ ଶ୍ରେଷ୍ଟ ଗୋଲକିପରଙ୍କୁ ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.