ସାହି ପୂଜା ଚାନ୍ଦା ନ ଦେବାରୁ ବିରୋଧ, ଗାଁ ଛାଡ଼ି ଥାନାରେ ଅଭିଯୋଗ କଲେ ଖ୍ରୀଷ୍ଟିଆନ ଆଦିବାସୀ ଦମ୍ପତି

ପାଟଣା: ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମ ଝାଟିଆଳି ସାହିରେ ସାର୍ବଜନୀନ ପୂଜା କାର୍ଯ୍ୟ ପାଇଁ ଗୋଟିଏ ପରିବାର ସାହି ଚାନ୍ଦା ଦେବାକୁ ରୋକ ଠୋକ ମନା କରିଦେଇଥିଲେ। ଏପରିକି ସେ ଖ୍ରୀଷ୍ଟିଆନ ହୋଇସାରିଥିବାରୁ ପୂଜା ଚାନ୍ଦା ଦେବେ ନାହିଁ ବୋଲି ବୈଠକରେ କହିଥିଲେ। ଏହି ଘଟଣା ରେ ସଂପୃକ୍ତ ଆଦିବାସୀ ଖ୍ରୀଷ୍ଟିଆନ ଦଶରଥ ସୋରେନଙ୍କୁ ସେମାନଙ୍କ ସମ୍ପର୍କୀୟମାନେ ବିରୋଧ କରିବା ସହ ସାହିରେ ଆମେ ସମସ୍ତେ ରହୁଛନ୍ତି ଏବଂ ତୁ ଯଦି ଚାନ୍ଦା ନଦେବୁ ତାହେଲେ ଘର ଛାଡ଼ି ପଳା କହିବାରୁ ଆଜି ପୂର୍ବାହ୍ନରେ କୁଣ୍ଡଳା ଝାଟିଆଳି ସାହିର ଦୁଲାରୀ ସୋରେନ ସ୍ଵାମୀ ଦଶରଥଙ୍କ ସହ ଆସି ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପାଟଣା ଥାନା ପକ୍ଷରୁ ଏହି ଆଦିବାସୀ ଖ୍ରୀଷ୍ଟିଆନ ଦମ୍ପତି ଓ ତାଙ୍କ ସନ୍ତାନକୁ ଥାନାରୁ ତାଙ୍କ ଗ୍ରାମକୁ ନିଆଯାଇ ଘଟଣାର ତଦନ୍ତ କରାଯିବା ପରେ ଦଶରଥଙ୍କ ପରିବାରକୁ ଗ୍ରାମ ଛାଡିବାକୁ କେହି ବାଧ୍ୟ କରିନଥିବା ସୂଚନା ମିଳିଛି। ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ରୋଗ ନହେବାକୁ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା କହିଥିଲେ। ସୂଚନା ଯୋଗ୍ୟ ଯେ କୁଣ୍ଡଳା ଝାଟିଆଳି ସାହି ନିକଟରେ ଏହି ବ୍ୟକ୍ତି ଜଣକ ଚର୍ଚ୍ଚ ନିର୍ମାଣ କାମ ଆରମ୍ଭ କରାଇ ଥିବାବେଳେ କେତେକ ସଙ୍ଗଠନ ଏହାକୁ ବିରୋଧ କରିବାରୁ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଛି। ପରିସ୍ଥିତି ଉପରେ ନଜର ରଖାଯାଇଥିବା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଉତ୍ତର ରଖିଛନ୍ତି।

Comments are closed.