ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ପାଟଣା: କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଗତ କାଲି ବିଳମ୍ୱିତ ସନ୍ଧ୍ୟାରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଜଣେ ନାବାଳକ ଓ ଜଣେ ନାବାଳିକା ସଂପୃକ୍ତ ଥିବା ଜଣାପଡିଛି। ମୃତା ବୃଦ୍ଧା ଜଣକ ମୁଣ୍ଡା ସାହିର କୁନି ମୁଣ୍ଡା(୬୫) ବୋଲି ଜଣାପଡିଛି। ଖବର ପାଇ ଘଟଗାଁ ଏସ.ଡି.ପି.ଓ ରବୀନ୍ଦ୍ର କୁମାର ମଲ୍ଲିକ, ଘଟଗାଁ ଥାନାଧିକାରୀ ସ୍ୟାମଘନ ବେହେରା, ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଆଜି ସକାଳୁ ଭୋଳବେଡ଼ା ମୁଣ୍ଡା ସାହିରେ ପହଞ୍ଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Comments are closed.