ଶିଶୁ କନ୍ୟାର ଅକାଳ ମୃତ୍ୟୁ

ପାଟଣା : ପାଟଣା ବ୍ଲକ ବାଉଁଶୂଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ଝାଡେଶ୍ବର ମହାନ୍ତଙ୍କ ୪ ବର୍ଷର ଝିଅ ସନ୍ଧ୍ୟାରାଣୀ (୪)ର ରବିବାର ରାତିରେ ଅକାଳ ମୃତ୍ୟୁ ଘଟିଛି। ତିନି ଦିନ ହେଲା ସନ୍ଧ୍ୟାରାଣୀ ଜର ଓ ଝାଡାରେ ପୀଡ଼ିତ ଥିଲେ। ଗୁରୁତର ଅବସ୍ଥାରେ ରବିବାର ରାତିରେ ତାକୁ ୧୦୮ ରୋଗୀଯାନରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ  ତୁରୁମୁଙ୍ଗା ଥାନା ଏଏସଆଇ ଭରତ ଚନ୍ଦ୍ର ନାଏକ କେନ୍ଦୁଝର ଯାଇ ମୃତ ଶିଶୁ କନ୍ୟାର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।

Comments are closed.