ଧାନ କିଣାରେ ସ୍ବଚ୍ଛତା ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଧାନ ମଣ୍ଡି ରେ ଧାନ କିଣାରେ ଯେଭଳି ଦୁର୍ନୀତି ନହୁଏ ଏନେଇ ନବ ନିର୍ମାଣ କୃଷକ ସଂଗଠନ ସାହାରପଡା ଶାଖା ପକ୍ଷରୁ ସାହାରପଡା ବିଡ଼ିଓ ଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତବର୍ଷ ଧାନକିଣାରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଚଳିତ ବର୍ଷ ତାହା ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ ପାଇଁ ସଂଗଠନ ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରମୁଖ ଦାବି ମଧ୍ୟରେ , ଧାନ ମଣ୍ଡିରେ କୁଇଣ୍ଟାଲରେ ୫ କିଗ୍ରା ଧାନ କାଟକୁ ବିରୋଧ କରାଯାଇଛି , ଏହା ବ୍ୟତୀତ ଭାଗଚାଷିଙ୍କୁ ମଣ୍ଡିରେ ଧାନ ବିକ୍ରି ପାଇଁ ସୁବିଧା ପ୍ରଦାନ କରାଯିବା ସହ ଅଖା ବସ୍ତା ବାବଦକୁ ଟଙ୍କା ପ୍ରଦାନ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହା ସହ ସାହାରପଡା ବ୍ଲକର ବିଭିନ୍ନ କାର୍ୟ୍ୟଳୟକୁ ଆସୁଥିବା ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବାକୁ ସଂଗଠନ ପକ୍ଷରୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । ସଂଗଠନର ବ୍ଲକ ସଂଯୋଜକ ଜିତେନ୍ଦ୍ର ମହାନ୍ତ କୃପାଚାଯ୍ୟ ମହାନ୍ତ , ଦେବାନନ୍ଦ ମହାନ୍ତ, କରୁଣାକର ଆରୁଖ, ମୁକୁନ୍ଦ ମହାନ୍ତ ଓ ଶିରିଶ ଚନ୍ଦ୍ର ନାୟକ ପ୍ରମୁଖ ଚେତାବନୀ ଜଣାଇଛନ୍ତି ।

Comments are closed.