ଢେଙ୍କିକୋଟରେ ଶାରଦୀୟ ଦୁର୍ଗାପୂଜା

ପାଟଣା: କେନ୍ଦୁଝର ଜିଲ୍ଲାର ଅନ୍ୟତମ ବାଣିଜିକ ପେଣ୍ଠସ୍ଥଳ ଢେଙ୍କିକୋଟ ଟିକିରାର ଦୁଇଟି ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଗତକାଲି ବିଲ୍ୱ ବରଣୀ ଠାରୁ ଆରମ୍ଭ ହୋଇଛି। ଆଜି କଳସ ଯାତ୍ରା ସହ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ଟିକିରା ଶ୍ରୀ ଦୂର୍ଗା ମଣ୍ଡପରେ କର୍ତ୍ତା ହଳଧର ବେହେରା ସସ୍ତ୍ରୀକ ପୂଜାରେ ବସିଥିବା ବେଳେ ମୁଖ୍ୟ ପୂଜକ ରବିନ୍ଦ୍ର ପାଢୀ ଓ ତାଙ୍କ ସହଯୋଗୀ ପୂଜାବିଧି ପରିଚାଳନା କରୁଥିବା ବେଳେ ଆୟୋଜକ ସମିତିର ସଭାପତି ସନ୍ତୋଷ କୁମାର ଶତପଥୀ, ସମ୍ପାଦକ ଅମର ସିଂ, ସର୍ବଶ୍ରୀ ପିତବାସ ପଟନାୟକ, ଅଜୟ ସାହୁ, ପଙ୍କଜ ବେହେରା ଓ ଦୀପକ ବେହେରା ପ୍ରମୁଖ ଅନ୍ୟ ସଦସ୍ୟମାନେ କରୋନା କଟକଣା ପାଳନ କରି ପୂଜା କାର୍ଯ୍ୟ ପରିଚାଳନା କରିଛନ୍ତି।

ସେହିପରି ଟିକିରା ଶାରଦୀୟ ଦୁର୍ଗାପୂଜା କମିଟି ପକ୍ଷରୁ ଦେବୀ ମଣ୍ଡପରେ ଦୁର୍ଗାପୂଜା ଆରମ୍ଭ ହୋଇଛି। କର୍ତ୍ତା ବୈଲୋଚନ ବେହେରା ପୂଜାରେ ବସିଥିବା ବେଳେ ମୁଖ୍ୟ ପୂଜକ ପ୍ରଦୀପ କୁମାର ପଣ୍ଡା ଓ ତାଙ୍କ ସହଯୋଗୀ ପୂଜା ପରିଚାଳନା କରୁଛନ୍ତି। ଆୟୋଜକ ସମିତିର ସଭାପତି ଚିତରଞ୍ଜନ ସାହୁ, ସଂପାଦକ ଶତୃଘ୍ନ ସାହୁ, ସଦସ୍ୟ ଉତ୍ତମ କୁମାର ନାୟକ, ସୃତିରଞନ ମହାପାତ୍ର, ଅରୁଣ ବେହେରା ଓ ଲଲାଟେନ୍ଦୁ ସାହୁ ପ୍ରମୁଖ ଅନ୍ୟମାନଙ୍କ ତତ୍ତ୍ବାବଧାନରେ ପୂଜା ଚାଲିଛି। ବୁଧବାର ମହାଷ୍ଟମୀ ବ୍ରତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ତୁଣ୍ଡି ପିନ୍ଧିବା ଓ ସାମୁହିକ ଦର୍ଶନକୁ ଉଭୟ ମଣ୍ଡପରେ ନିଷେଧ କରାଯାଇଛି। ଆକର୍ଷଣୀୟ ମଣ୍ଡପ ଓ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତି ମଧ୍ୟରେ ପୂଜା ଚାଲିଛି।

Comments are closed.