ମାଛ ଧରିବାକୁ ଯାଇ ନିଖୋଜ ଯୁବକର ମୃତଦେହ ବୈତରଣୀରୁ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କପୁଣ୍ଡି ଗ୍ରାମ ନିକଟସ୍ଥ ବୈତରଣୀ ନଦୀର କୁଦୁରୁ ଘାଟରୁ ଆଜି ସକାଳେ ଜଣେ ଯୁବକ ର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ କପୁଣ୍ଡି ଗ୍ରାମର ବାଲ୍ମୀକି ବିଶୋଇ ଙ୍କ ପୁଅ ସହଦେବ ବିଶୋଇ (୨୩) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ମଧ୍ୟାହ୍ନ ରୁ ସହଦେବ ବୈତରଣୀ ନଦୀ କୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଗତକାଲି ତାଙ୍କର କୈାଣସି ପତ୍ତା ପାଇନଥିଲେ । ଆଜି ସକାଳେ ଗ୍ରାମର କିଛି ଲୋକ ନଦୀରେ ଶବ ଭାସୁଥିବା ଦେଖି ପରିବାର ଲୋକ ସହ ପାଟଣା ଥାନା କୁ ଖବର ଦେଇଥିଲେ । ଖବର ପାଇ ପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ନଦୀ ଭିତରୁ ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପାଟଣା ପଠାଇ ଘଟଣା ର ତଦନ୍ତ କରୁଛି ।

Comments are closed.