ମହାବିଦ୍ୟାଳୟର ପ୍ରଶାସନିକ ଭବନ ଉଦଘାଟନ କଲେ ବିଧାୟକ

ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ନୂତନ ପ୍ରଶାସନିକ ଭବନକୁ ପାଟଣା ବିଧାୟକ ମାନ୍ୟବର ଜଗନ୍ନାଥ ନାଏକ ଆଜି ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ଉତ୍ସବରେ ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ତ୍ରୈଲୋକ୍ୟ କୁମାର ପରିଡା ଅଧ୍ୟକ୍ଷତା କରିଥିଲେ। ମାନ୍ୟଗଣ ଅତିଥିମାନଙ୍କ ମଧ୍ୟରେ କଲେଜର ପ୍ରତିଷ୍ଠାତା ତଥା ପୂର୍ବତନ ସଂପାଦକ ପ୍ରତାପ ଚନ୍ଦ୍ର ସାହୁ, ବରିଷ୍ଠ ଶିକ୍ଷାବିତ ଗୋପିନାଥ ସାହୁ, କ୍ରୀଡ଼ାବିତ ବିରେନ୍ଦ୍ର କୁମାର ମହାନ୍ତ, ସମିତି ସଭ୍ୟ ଗୌତମ ପୃଷ୍ଟି,ତଥା ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପଦ୍ମଲୋଚନ ସାହୁ ପରିଚାଳନା କରିଥିଲେ। ଅଜୟ କୁମାର ବେହେରା, ତ୍ରିନାଥ ମହାନ୍ତ, ଜଗତ ଜନନୀ ଜେନା, ତପସ୍ୱିନୀ ସାହୁ, ରଣଜିତ ବେହେରା, ରବୀନ୍ଦ୍ର ନାଥ ମହାନ୍ତ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.