ବାସ ଗୃହରୁ ବିଷାକ୍ତ ରଣା ସାପ ଉଦ୍ଧାର

ପାଟଣା; ଢେଙ୍କିକୋଟ ନିକଟସ୍ଥ ଟିକିରା ଗ୍ରାମର ସୁଦାମ ବେହେରାଙ୍କ ଘରେ ପଶି ଯାଇଥିବା ଏକ ବଡ଼ ବିଷାକ୍ତ ରଣା ସାପକୁ ଗତ ରାତି ଢେଙ୍କିକୋଟ ସର୍ପ ଧରାଳି ନାଦୀର ଆନସାରୀ ଉଦ୍ଧାର କରିଛନ୍ତି। ଘର ଭିତରେ ସାପ ପଶିଥିବା ଦେଖି ଭୟରେ ଘର ଲୋକେ ବାହାରକୁ ପଳାଇ ଆସିବା ସହ ନାଦୀରଙ୍କୁ ଖବର ଦେଇଥିଲେ। ନାଦୀର ଘଟଣା ସ୍ଥଳରେ ପହଞ୍ଚି ରଣା ସାପଟିକୁ ଉଦ୍ଧାର କରିଥିଲେ। ଆଜି ଏହି ସାପଟିକୁ ଘଞ୍ଚ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

Comments are closed.