ଗୁଳୁଦିପଶି କୃଷକ ତାଲିମ ଶିବିର ଉଦଯାପିତ

ପାଟଣା; କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଆଜି କୃଷକ ତାଲିମ ଶିବିର ଉଦଯାପିତ ହୋଇଛି। ଉଦଯାପନ ଦିବସରେ ଘଟଗାଁ କୃଷି ଜିଲ୍ଲା ଅଧିକାରୀ ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଜନା ଅନ୍ତର୍ଗତ ଏହି ଶିବିର ରେ ଗ୍ରାମର ୩୦ ଜଣ ମହିଳା ଓ ପୁରୁଷ ହିତାଧିକାରୀ ଯୋଗ ଦେଇଥିଲେ। ଏହି ଶିବିରରେ ମୃତ୍ତିକାର ପ୍ରକାର, ଉର୍ବରତା ଓ ଚାଷର ପ୍ରଣାଳୀ ସମ୍ପର୍କରେ ଉପସ୍ଥିତି ହିତାଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଶିବିରରେ ପାଟଣା ସହକାରୀ କୃଷି ଅଧିକାରୀ ପରେଶ୍ ଦାଶ ଓ ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷାବୈଶାଳୀ ଶିବିରାର୍ଥିମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ କୃଷି ଅଧିଦର୍ଶକ ଅଭୟ କୁମାର ରାଉତ ଓ ସୁକାନ୍ତ କୁମାର ବିଶ୍ବାଳ ଶିବିର ପରିଚାଳନା କରିଥିଲେ। ବଡ଼ପାଟଣା କୃଷକ ସାଥି ହର୍ଷ କୁମାର ବାରିକ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Comments are closed.