ପାଟଣାରେ ପ୍ରସ୍ତାବିତ ବସଷ୍ଟାଣ୍ଡ ପରିଦର୍ଶନ କଲେ ଓଡିଶା ସଡକ ପରିବହନ ବିଭାଗ ଅଧିକାରୀ

ପାଟଣା: କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସ୍ଥିତ ପାଟଣା ରାଜସ୍ୱ ନିରୀକ୍ଷକଙ୍କ ଅଞ୍ଚଳ ସାଧୁପଡା ମୌଜାର ପ୍ରସ୍ଥାବିତ ବସ ଷ୍ଟାଣ୍ଡ ଜମିକୁ ଗତକାଲି ଓଡିଶା ସଡକ ପରିବହନ ବିଭାଗର ଅଧିକାରୀମାନଙ୍କ ସହ ଜିଲ୍ଲା ଓ ସ୍ଥାନୀୟ ଅଧିକାରୀ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ଦଳରେ ଓଏସଆରଟିସିର ସହକାରୀ ସାଧାରଣ ପରିଚାଳକ ପିକେ ହୋତା, ଜିଲ୍ଲା ସଡ଼କ ପରିବହନ ପରିଚାଳକ ବାଲୁଙ୍କେଶ୍ୱର ବେହେରା, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ରାଜସ୍ବ ପରିଦର୍ଶକ ବନମାଳୀ ନାଏକ, ଆର ଆଇ ସତ୍ୟବ୍ରତ ସାହୁ ପ୍ରମୁଖ ସାମିଲ ଥିଲେ।

Comments are closed.