ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ

ପାଟଣା: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ଘଟଗାଁ ବ୍ଲକର ପିପିଳିଆସ୍ଥିତ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁଙ୍କ ସହ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ସଂଗ୍ରାମ କେଶରୀ ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ଣଚନ୍ଦ୍ର ସେଠୀ ଓ ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣଚନ୍ଦ୍ର ସେଠୀ ପ୍ରମୁଖ ପିପିଳିଆ ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ବିଜ୍ଞାନଗାର, ଛାତ୍ରୀନିବାସ, ଶ୍ରେଣୀ ଗୃହ ବୁଲି ଦେଖିବା ସହ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ଭଲମନ୍ଦ ଓ ଆବଶ୍ୟକତା ଉପରେ ପଚାରି ବୁଝିଥିଲେ। ଅଧ୍ୟକ୍ଷ ନିରାକାର ସ୍ବାଇଁ ଓ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀମାନେ ପରିଦର୍ଶନକାରି ଦଳକୁ ଭବ୍ୟ ସ୍ବାଗତ ଜଣାଇ ପରିଦର୍ଶନରେ ସହଯୋଗ କରିଥିଲେ।

Comments are closed.