ଚାକୁଣ୍ଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୂମି ପୂଜନ କଲେ ପାଟଣା ବିଧାୟକ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ପାଇଁ ଆଜି ପାଟଣା ବିଧାୟକ ଜଗନ୍ନାଥ ନାଏକ ଭୂମି ପୂଜନ କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ଙ୍କ ସହ ଚାକୁଣ୍ଡାପାଳ ସରପଞ୍ଚ କଇଁତା ନାଏକ, ସମିତି ସଭ୍ୟା ନାରଙ୍ଗ ନାଏକ, କେନ୍ଦେଇପଶି ସମିତି ସଭ୍ୟ ମିତ୍ରଭାନୁ ମହାନ୍ତ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଗବାନ ମହାନ୍ତ, ସମାଜସେବୀ ଲକ୍ଷ୍ମିଧର ନାଏକ, କନିଷ୍ଠ ଯନ୍ତ୍ରୀ ମୋନାଲିସା ଚକ୍ର ପ୍ରମୁଖ ସାମିଲ ଥିଲେ। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଭୂମିପୂଜା ହୋଇଥିଲା।

Comments are closed.