ଓଡ଼ିଶା ଜୀବିକା ମିଶନ ପକ୍ଷରୁ ମାଛ ଜାଆଁଳ ବଣ୍ଟନ

ପାଟଣା: ଗୋଷ୍ଠିଗତ ଭାବେ ମଧୁର ଜଳରେ ମାଛ ଚାଷ କରି କିପରି ଅଧିକ ଲାଭବାନ ହୋଇ ପାରିବେ, ସେହି ଲକ୍ଷ ନେଇ ସମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପାଟଣା ବ୍ଲକର ବାଉଁଶୁଳି, କେନ୍ଦେଇପଶି, କଣ୍ଟିଆପଡ଼ା ପଞ୍ଚାୟତର ଜାମୁନାଳିଆ ଓ ଡୁମୁରିଆ ପଞ୍ଚାୟତର ତଣ୍ଡୋ ଗ୍ରାମର ମୋଟ ୫ ଟି ସ୍ଵୟଂ ସହାୟକ ଗୋଷ୍ଠିର ୫୦ ଜଣ ମହିଳାଙ୍କୁ ମୋଟ ୨୫ ହଜାର ମାଛ ଜାଆଁଳ ପ୍ରଦାନ କରାଯାଇଛି। ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ‘ପ୍ରଦାନ’ ସଂଗଠନର ବ୍ଲକ ସଂଯୋଜକ କାର୍ତ୍ତିକ କୁମାର ଦାସଙ୍କ ସହ ପଞ୍ଚାୟତ ଦାୟିତ୍ୱରେ ଥିବା ମନୋଜ ମହାନ୍ତ, ଶରତ ନାଏକ, ସନ୍ତୋଷ ମହାନ୍ତ ଓ ତ୍ରିଲୋଚନ ବାରିକ ପ୍ରମୁଖ ମାଛଜାଆଁଳ ବଣ୍ଟନ କରିଥିଲେ।

Comments are closed.