ଭାରତୀୟ ସମନ୍ବିତ ଗବେଷଣା ପ୍ରକଳ୍ପ ପକ୍ଷରୁ କୁକୁଡା ପାଳନ ପ୍ରଶିକ୍ଷଣ ଶିବିର

ପାଟଣା: ଅଖିଳ ଭାରତୀୟ ସମନ୍ବିତ ଗବେଷଣା ପ୍ରକଳ୍ପ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ନୂଆଦିଲ୍ଲୀ ସୌଜନରେ ଓଡିଶା ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଓୟୁଏଟି ଭୂବନେଶ୍ୱରଙ୍କ ଦ୍ଵାରା ଓଡିଶା ପ୍ରାଣୀ ସମ୍ପଦ ବିଭାଗ ସହଯୋଗରେ ଢେଙ୍କିକୋଟ ଓ ପଣ୍ଡାପଡା ଠାରେ କୁକୁଡା ପାଳନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବା ସହ ଢେଙ୍କିକୋଟରେ ୫୯ ଜଣ ଓ ପଣ୍ଡାପଡାରେ ୪୫ ଜଣ କୁକୁଡା ଚାଷିମାନଙ୍କୁ ଜଣ ପ୍ରତି ୨୦ଟି ଲେଖାଏଁ ବନରାଜ କୁକୁଡା ଚିଆଁ, ପରିବହନ ପେଟି, ପାଣିପାତ୍ର ଓ ଦାନା ପାତ୍ର ବଣ୍ଟନ କରାଯାଇଥିଲା।

ଓୟୁଏଟିର ସହକାରୀ ପ୍ରାଧ୍ୟାପିକା ଡକ୍ଟର ବାସନ୍ତୀ ଜେନା ଓ ଡକ୍ଟର ଅନୀଲ କୁମାର ନାହାକ, ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ବିଦ୍ୟାଧର ଦାସ, ବ୍ଲକ ପ୍ରାଣୀ ସମ୍ପଦ ଅଧିକାରୀ ଡକ୍ଟର ସୁଶାନ୍ତ କୁମାର ସିଂହ, ପ୍ରାଣୀ ଚିକିତ୍ସିକ ଡକ୍ଟର ଶୁଭ ପ୍ରକାଶ ସୋରେନ ଓ ଡକ୍ଟର ବିଜୟ କୁମାର ଭୂମୀଜ ପ୍ରମୁଖ କୁକୁଡା ଚାଷୀଙ୍କୁ ଉନ୍ନତ କୁକୁଡା ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ପ୍ରଣୀଧନ ସହାୟକ ଜୀବନ କୁମାର ସାହୁ, ଦଶରଥ ମହାନ୍ତ ଜଦୁମଣି ସେଠୀ ଓ ତରୁଣ କୁମାର ବାରିକ ପ୍ରମୁଖ ଚାଷୀମାନଙ୍କୁ କୁକୁଡା ଚିଆଁ ବଣ୍ଟନ କରିଥିଲେ।

Comments are closed.