ଭାରସାମ୍ୟ ହରାଇ ଓଲଟିଲା କୁକୁଡ଼ା ବୋଝେଇ ପିକଅପ ଭ୍ୟାନ

ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାର କେନ୍ଦୁଝର ଜିଲ୍ଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ହଳଦିବଟା ମୁଣ୍ଡା ସାହି ନିକଟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡିଟି ଚଣ୍ଡୀଖୋଲରୁ କୁକୁଡ଼ା ବୋଝେଇ କରି ମୟୂରଭଞ୍ଜ ଜିଲ୍ଲା ବହଳଦା ଅଭିମୁଖେ ଯାଉଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି । ଗାଡି ଚାଳକର ଆଖି ଲାଗି ଯିବାରୁ ରାସ୍ତା ପାର୍ଶ୍ୱକୁ ଗାଡି ଚାଲିଯାଇ ଓଲଟି ପଡିଛି । ଗାଡ଼ିରେ ଥିବା ସମସ୍ତ ଲୋକ ସୁରକ୍ଷିତ ଥିବା ବେଳେ ସାହାରପଡା ପୁଲିସ ପହଞ୍ଚି ଗାଡିଟିକୁ ଜବତ କରି ସହ ତଦନ୍ତ ଆରମ୍ଭ କରିଛି। ତେବେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ କୁକୁଡ଼ା ବୋଝେଇ ଗାଡି ଗୁଡିକ  ଦ୍ରୁତଗତିରେ ଯାଉଥିବାରୁ ପ୍ରାୟ ସମୟରେ ଛୋଟ, ବଡ଼ ମାନ ଦୁର୍ଘଟଣା ଘଟୁ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।

Comments are closed.