ପାଟଣା ସାମ୍ବାଦିକ ସଂଘ ପକ୍ଷରୁ ଅରିନ୍ଦମଙ୍କୁ ଶ୍ରଦ୍ଧା ସୁମନ

ପାଟଣା: ପାଟଣା ସାମ୍ବାଦିକ ସଂଘ ଓ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ଅଞ୍ଚଳର ପୁଅ ତଥା ଦିବଂଗତ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇ ଦିଆଯାଇଛି। ଆଜି ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକଙ୍କ ସହ ପାଟଣା ସାମ୍ବାଦିକ ସଂଘର ଉପଦେଷ୍ଟା ନୃସିଂହ ନାଥ ସିଂହ, ସଭାପତି ମହେଶ୍ୱର ପୃଷ୍ଟି, ସାଧାରଣ ସମ୍ପାଦକ ବିଜୟରତ୍ନ ପତି, ଉପ ସଭାପତି ବୀରକିଶୋର ଦାଶ, ସଦସ୍ୟ ସନ୍ତୋଷ କୁମାର ପତି, ଶାନ୍ତନୁ କୁମାର ବେହେରା, ସରୋଜ ରଞ୍ଜନ ବେହେରା, ବିଜୟ କୁମାର କାରୂଆ, ଅଭୟ କୁମାର ରାଉତ, ନିଶିକାନ୍ତ ବେହେରା, ବସନ୍ତ କୁମାର ମହାନ୍ତ, ପ୍ରୀୟନିତା ନାଏକ, ଅଭିମନ୍ୟୁ ରାଉତ ଓ ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ଆଜି ରାଜନଗରର ପ୍ରସିଦ୍ଧ ଦଧିବାମନ ଜୀଉଙ୍କ ମନ୍ଦିରରେ ଅରିନ୍ଦମଙ୍କ ସ୍ମୃତିରେ ଦୀପଦାନ କରିବା ସହ ମିଳିତ ଭାବେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Comments are closed.