ଓସ୍କା ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ ରକ୍ଷା ସାମଗ୍ରୀ ବଣ୍ଟନ ମେଳା

ପାଟଣା: ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଓସ୍କା ପକ୍ଷରୁ ଶନିବାର ପାଟଣା ବ୍ଲକର ସମସ୍ତ ସ୍ବାସ୍ଥ୍ୟ କର୍ମୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ ପରିଦର୍ଶକମାନଙ୍କୁ କରୋନା ସମ୍ବନ୍ଧିତ ସ୍ବାସ୍ଥ୍ୟ ରକ୍ଷା ସାମଗ୍ରୀ କିଟ ପ୍ରଦାନ କରାଯାଇଛି। ଏହି କିଟରେ ବିଶୋଧକ, ତୁଣ୍ଡି, ମୁଖ ଜରି, ଥର୍ମାଲ ସ୍କାନର ଓ ଅକ୍ସିମିଟର ଥିବା ଜଣାପଡିଛି। ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଏଫଇଏସ ସହାୟତାରେ ଏବଂ ଓସ୍କା ସଙ୍ଗଠନର ଜୀବନ ସମ୍ପର୍କ ପ୍ରକଳ୍ପ ଅଧିକାରୀ ପ୍ରେମାନନ୍ଦ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଜଗନ୍ନାଥ ନାଏକ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ ପରିଦର୍ଶକମାନଙ୍କୁ ଏହି କିଟ ପ୍ରଦାନ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ସମାଜସେବୀ ମାଧବାନନ୍ଦ ପୃଷ୍ଟି, ପ୍ରଶାନ୍ତ କୁମାର ଭଞ୍ଜ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଓସ୍କା ସମ୍ପାଦିକା ଧରିତ୍ରୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ବ୍ଲକ ମୁଖ୍ୟାଳୟ ସମେତ ଖୀରେଇ ଟାଙ୍ଗିରୀ ରାଜନଗର ଓ ଡୁମୁରିଆ ଠାରେ ମଧ୍ୟ ଅନୁଷ୍ଠିତ ହୋଇଛି।

Comments are closed.