ତୁରୁମୁଙ୍ଗା ଉପଡାକଘରରେ ଅଚଳାବସ୍ଥା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଉପଡାକଘର ଅଚଳାବସ୍ଥା ଜାରି ରହିଛି। ଏଠାରେ ଜଣେ ଉପଡାକପାଳ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ବିଭାଗୀୟ ଆଇ.ଡି ଦିଆଯାଇ ନ ଥିବାରୁ ସେ କାମ କରି ପାରୁ ନ ଥିବା ଜଣାପଡିଛି। ଏହି ଉପଡାକଘରରେ ଅଧିକାଂଶ ଦିନ ବି.ଏସ.ଏନ.ଏଲ ଲିଙ୍କ ଅଚଳ କାରଣରୁ ବର୍ଷତମାମ ଅବ୍ୟବସ୍ଥା ଲାଗି ରହୁଛି। ଏପରି ସ୍ଥିତିରେ ନୂଆ ଡାକପାଳଙ୍କୁ ଆଇ.ଡି ଏବଂ ପାସୱାର୍ଡ ଦିଆଯାଇ ନ ଥିବା ଅଭିଯୋଗର ସମାଧାନ କରାଯିବାକୁ ଅଂଚଳବାସୀ ସ୍ୱର ଉଠାଇଛନ୍ତି।

Comments are closed.