ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୧୫ଶହରୁ ଉର୍ଦ୍ଧ୍ବ ଆକାଶିଆ ଗଛ ପୋଡି ନଷ୍ଟ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ ଅନ୍ତର୍ଗତ ସିଲିପଦା ପଞ୍ଚାୟତ ବଲାଣିପଶି ଗ୍ରାମ୍ୟ ଜଙ୍ଗଲରେ ବୁଧବାର କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଫଳରେ ୧୫ ଶହରୁ ଅଧିକ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ସାହାରପଡା ଅଗ୍ନିଶମ ବିଭାଗ ଘଟଣା ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ଜଳବିଭାଜିକା ତରଫରୁ ପ୍ଲାଣ୍ଟେସନ୍‍ କରାଯାଇଥିବା ବେଳେ ଜାଣିଶୁଣି କେହି ନିଆଁ ଲଗାଇ ଦେଇଥିବା ଜଣାପଡିଛି।

Comments are closed.