ହୃଦଘାତରେ ଫାୟାରମ୍ୟାନ ନିରଞ୍ଜନ ସିଂହଙ୍କ ଅକାଳ ମୃତ୍ୟୁ

ପାଟଣା: ପାଟଣା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଫାୟରମ୍ୟାନ (୧୮୮୯) ନିରଞ୍ଜନ ସିଂହ (୪୭)ଙ୍କ ର ମଙ୍ଗଳବାର ରାତିରେ ଅକାଳ ବିୟୋଗ ଘଟିଛି। ଗତକାଲି ରାତ୍ରି ଭୋଜନ ଖାଉଥିବା ସମୟରେ ହୃଦଘାତ କାରଣ ର ସେ ଖାଇବା ଥାଳିରେ ଟଳିପଡ଼ିଥିଲେ । ଅଗ୍ନିଶମ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ମହାନ୍ତ ଓ ଅନ୍ୟ କର୍ମଚାରୀ ମାନଙ୍କ ଦ୍ଵାରା ତୁରନ୍ତ ପାଟଣା ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଥିବା ସମୟରେ ନିରଞ୍ଜନଙ୍କର ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଖବର ଦିଆଯିବା ପରେ ପତ୍ନୀ ହରିପ୍ରିୟା ସିଂହ ଓ ତାଙ୍କ ଭାଇ ବୁଧବାର ସକାଳୁ ପାଟଣାରେ ପହଞ୍ଚିବା ପରେ ପାଟଣାରେ ଶବ ବ୍ୟବଚ୍ଛେଦ କରାଯାଇଛି। ନିରଞ୍ଜନଙ୍କ ଅକାଳ ବିୟୋଗରେ ପାଟଣା ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ମହଲରେ ଶୋକ ପ୍ରକାଶ ପାଇଛି। ପରଲୋକଗତ ଫାୟାରମ୍ୟାନ ନିରଞ୍ଜନ ସିଂହଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା କୁଳିଅଣା ଗ୍ରାମରେ ବୋଲି ଜଣାପଡିଛି।