ରାଜନଗର ଗ୍ରାମରେ ପରମ୍ପରା ଅନୁଯାୟୀ ପାଳିତ ହେଲା ଖୁଦୁରୁକୁଣି ଓଷା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଗ୍ରାମର ମଝି ସାହିରେ ଖୁଦୁରୁକୁଣି ଓଷା ପରମ୍ପରା ଅନୁଯାୟୀ ପାଳିତ ହୋଇଯାଇଛି। ପନ୍ଦର ଦିନ ତଳୁ ଗ୍ରାମ ନିକଟ ବୈତରଣୀ ନଦୀରୁ କଳସ ଅଣାଯାଇ ଏଠାରେ ଖୁଦୁରୁକୁଣି ଓଷା ଆରମ୍ଭ ହୋଇଥିଲା। ଗ୍ରାମର କୁଆଁରୀ ଝିଅମାନେ ପ୍ରତେହ ଖୁଦୁରୁକୁଣି ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଥିବା ବେଳେ ଗ୍ରାମର ଦେହୁରୀ ପୂଜାବିଧି ପରିଚାଳନା କରିଥିଲେ। ଶେଷ ଦିନରେ ଶ୍ରଦ୍ଧାଳୁମାନେ କଣ୍ଟା ପିଢାରେ ବସିବା ସହ ଚାବୁକ ମାଡ ଖାଇ ନିଜର ଆସ୍ଥାର ପ୍ରମାଣ ଦେଖାଇଥିଲେ। ଏହା ସହ ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୋଦା ଓ କୁକୁଡ଼ା ବଳି ପକାଇଥିଲେ। ଖୁଦୁରୁକୁଣି ଓଷା ପାଇଁ ଗ୍ରାମ ଉତ୍ସବମୁଖର ହୋଇ ଉଠିଥିବା ବେଳେ ମହିଳାମାନେ ଆନନ୍ଦରେ ନାଚି ନାଚି ଦେବୀଙ୍କୁ ମେଲାଣି ଦେଇଥିଲେ।

Comments are closed.