ମହୁମାଛି ଆକ୍ରମଣରେ ୧୩ ଆହତ ,୨ ଗୁରୁତର

ପାଟଣା :  ପାଟଣା ଥାନା ଅନ୍ତର୍ଗତ ବେଗେନା ଗ୍ରାମରେ ମହୁମାଛି ଆକ୍ରମଣରେ ୧୩ ଜଣ ଆହତ ଓ ୨ ଜଣ ଗୁରୁତର ହୋଇଛନ୍ତି। ଶୁଦ୍ଧିକ୍ରିୟା ପାଇଁ ପରିବାର ଓ ଆତ୍ମୀୟ ସୂଜନ ଏକାଠି ହୋଇଥିବା ବେଳେ ମହୁମାଛି ପଲ ଏମାନଙ୍କ ଉପରେ ଆକ୍ରମଣ କରିଥିଲେ। ସଙ୍ଗେ ସଙ୍ଗେ ଗ୍ରାମର କିଛି ଲୋକଙ୍କୁ ଘରୋଇ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପାଟଣା ଡାକ୍ତରଖାନା ଅଣାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ବେଗେନା ଗ୍ରାମର ସୂର୍ୟ୍ୟକାନ୍ତ ସେଠୀ,ବିପିନ ବିହାରୀ ସେଠୀ, ଦଶରଥ ସେଠୀ, ଆଶିଷ କୁମାର ସେଠୀ ପ୍ରମୁଖଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏମାନଙ୍କ ମଧ୍ୟରୁ ବିପିନ ବିହାରୀ ଓ ଦଶରଥ ସେଠୀ ଅଧିକ ଗୁରୁତର ହୋଇଥିଲେ।

Comments are closed.