ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ

ପାଟଣା : ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ (୧୯୬୭ ରୁ ୧୯୭୨) ରାମରାଇ ମୁଣ୍ଡାଙ୍କର ୮୫ ବର୍ଷ ବୟସରେ ଆଜି ପୂର୍ବାହ୍ନ ୯ ଟା ୪୫ ରେ ପାଟଣା ବ୍ଲକ ଅନ୍ତର୍ଗତ ଚାକୁଣ୍ଡାପାଳ ସ୍ଥିତ ନିଜ ଘରେ ପରଲୋକ ଘଟିଛି। ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ସହପାଠୀ ଥିବା ସ୍ବର୍ଗତ ରାମରାଇ ମୁଣ୍ଡା ୧୯୬୭ରେ ସ୍ଵତନ୍ତ୍ର ଦଳରୁ ବିଧାୟକ ହୋଇ ପାଟଣା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ଵ କରିଥିଲେ। ଗତ କିଛି ଦିନ ହେଲା ଆର୍ଥିକ ଅନାଟନ ମଧ୍ୟରେ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ପରଲୋକ ଖବର ପାଇ ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ବିଧାୟକ ହୃଷୀକେଶ ନାଏକ,ପୂର୍ବତନ ବିଧାୟକ କାହ୍ନୁ ଚରଣ ନାୟକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ମହାନ୍ତ ବର୍ମା, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ରାଧାକାନ୍ତ ମହାନ୍ତ, ସମାଜସେବୀ ଅଖିଳ ଚନ୍ଦ୍ର ନାଏକ, ଇଂ ବିନୋଦ ବିହାରୀ ନାଏକ, ଇଂ ବିଦ୍ୟାଧର ଦାଶ,ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ପାଟଣା ବ୍ଲକ ବିଜୁ ଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Comments are closed.