ଓଡ଼ିଶା କୁଡୁମି ସେନା ପକ୍ଷରୁ କରମ ଗୀତ ପ୍ରତିଯୋଗିତାର ପୁରସ୍କାର ବଣ୍ଟନ ମେଳା

ପାଟଣା: କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ସାମାଜିକ ଗଣମାଧ୍ୟମ ଫେସବୁକ ମାଧ୍ୟମରେ ଓଡ଼ିଶାର କୋଣ ଅନୁକୋଣର କୁଡୁମି ଲୋକଙ୍କୁ ଓଡିଶା କୁଡୁମି ସେନା ପକ୍ଷରୁ ଫେସବୁକ ଗ୍ରୁପରେ ଯୋଡି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ସଂସ୍କୃତି ବଞ୍ଚାଇବା ପାଇଁ କରମ ପରବ ଉପଲକ୍ଷେ କରମ ଗୀତର ଏକ ପ୍ରତିଯୋଗିତା ବୟୋଜ୍ୟେଷ୍ଠ ବିଭାଗ ଓ ଶିଶୁମାନଙ୍କ ଦୁଇଟି ବିଭାଗର କରାଯାଇଥିଲା। ବିଜୟୀ ପ୍ରତିଯୋଗୀଙ୍କୁ କରମ ପରବ ଦିନ ପାଟଣା ବ୍ଲକର ବୁଢ଼ୀକାପୁଡିଠାରେ ପୁରସ୍କୃତ କରିବା ସହିତ ମାନପତ୍ର ଓ ଉତ୍ତରୀୟ ଦେଇ ଓଡିଶା କୁଡୁମି ସେନାର ଉପସ୍ଥିତ ଅତିଥିଗଣ ସମ୍ମାନିତ କରିଥିଲେ। ବୟୋଜ୍ୟେଷ୍ଠ ବିଭାଗରେ ଯାଜପୁର ସୁକିନ୍ଦାର ଜେମାମଣି ମହାନ୍ତ ପ୍ରଥମ, କେନ୍ଦୁଝର ସାହାରପଡା ବ୍ଲକ ତିଳବେଡାର ରଶ୍ମିତା ମହାନ୍ତ ଦ୍ଵିତୀୟ, ମୟୁରଭଞ୍ଜ ରରୁଆଁ ବ୍ଲକ ଶଙ୍କରପୁର ଗ୍ରାମର କନକମଞ୍ଜରୀ ମହାନ୍ତ ଓ କନିଷ୍ଠ ପ୍ରତିଯୋଗୀ ମଧ୍ୟରେ ମୟୁରଭଞ୍ଜ ରରୁଆଁର ଜ୍ୟୋତିଦିଶା ମହାନ୍ତ ପ୍ରଥମ, ଢେଙ୍କାନାଳ ଉର୍ବେଙ୍ଗି ର ଚନ୍ଦନ ମହାନ୍ତ ଦ୍ୱିତୀୟ ଓ ଏମ୍. ଜେ ଝୁମର ଡିଆନାଳି ପାଟଣା ତୃତୀୟ ସ୍ଥାନ ଅଧିକାର କରିଥିଲେ।

ମୂଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମୟୁରଭଞ୍ଜ କରଞ୍ଜିଆର ଲାଲମୋହନ ମହାନ୍ତ, ସମ୍ମାନିତ ଅତିଥିଭାବେ ଓଡିଶା କୁଡୁମି ସେନାର ସଭାପତି ଦିବ୍ୟସିଂହ ମହାନ୍ତ, ଉପସଭାପତି ମିତ୍ରଭାନୁ ମହାନ୍ତ, ମୁଖ୍ୟବକ୍ତା ଭାବରେ ସାଧାରଣ ସମ୍ପାଦକ ଦୁର୍ଗାଚରଣ ମହାନ୍ତ, ମହିଳା ସଭାନେତ୍ରୀ ସବିତା ମହାନ୍ତ ସହିତ ରାଜ୍ୟ ସଂଯୋଜକ ଦୁଃଶାସନ ମହାନ୍ତ, ଉପଦେଷ୍ଟା ଅଶୋକ ମହାନ୍ତ, ରତ୍ନାକର ମହାନ୍ତ, କେନ୍ଦୁଝର ଜିଲ୍ଲା ସଭାପତି ତ୍ରିଲୋଚନ ମହାନ୍ତ, ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ,ମୟୁରଭଞ୍ଜ ସଂଯୋଜକ ଡମ୍ବରୁଧର ମହାନ୍ତ, କେନ୍ଦୁଝର ସଂଯୋଜକ ବିଜୟ ମହାନ୍ତ, ପୁରଜିତ ମହାନ୍ତ, ଭକ୍ତବନ୍ଧୁ ମହାନ୍ତ, ଚିନ୍ମୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ କୋଷାଧ୍ୟକ୍ଷ ତଥା ଗଣମାଧ୍ୟମ ମୁଖପାତ୍ର ଲମ୍ବୋଦର ମହାନ୍ତ ସଙ୍ଗଠନର ସଭାକୁ ପରିଚାଳନା କରିବା ସହିତ ସଙ୍ଗଠନର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅଭିଭାଷଣ ରଖିଥିଲେ। ନୂତନ ଭାବେ ଶୁଭେନ୍ଦୁ ମହାନ୍ତଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି ଓ ଲାଲମୋହନ ମହାନ୍ତଙ୍କୁ ରାଜ୍ୟ ସମ୍ପାଦକ ଭାବେ ଚୟନ କରି ସଭାପତି ଓ ଉପସଭାପତି ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସର୍ବଶେଷରେ ପାଟଣା ବ୍ଲକ ସଭାପତି, ସାଧାରଣ ସମ୍ପାଦକ ତ୍ରିନାଥ ମହାନ୍ତ, ମହିଳା ସଭାନେତ୍ରୀ ରଙ୍ଗଲତା ମହାନ୍ତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Comments are closed.