ଢେଙ୍କିକୋଟରେ ବିଶ୍ଵକର୍ମା ପୂଜା

ପାଟଣା: ଆଜି ଢେଙ୍କିକୋଟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା କରୋନା କଟକଣା ସତ୍ୱେ ଉତ୍ସାହଜନକ ଭାବେ ଅନୁଷ୍ଠିତ ହୋଇଛି। ଶହ ଶହ ଟ୍ରକ ସାଙ୍ଗକୁ କିଛି ବସ ଓ ହଜାର ହଜାର ବାଇକ୍ ପୂଜା କରିବା ପାଇଁ ବ୍ରାହ୍ମଣମାନଙ୍କୁ ସନ୍ଧ୍ୟାଯାଏ ପୂଜା ଚଳାଇଥିବା ଦେଖିବାକୁ ମିଳିଥିଲା। ଢେଙ୍କିକୋଟ ବିଦ୍ୟୁତ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା କନିଷ୍ଠ ଯନ୍ତ୍ରୀ ଦେବରାଜ ସ୍ୱାଇଁ, ଲାଇନମ୍ୟାନ ସର୍ବଶ୍ରୀ ବୀରେନ କୁମାର ଜେନା, ସୁଶୀଲ କୁମାର ବେଉରା, ଅଶୋକ କୁମାର ସାମନ୍ତ, ରଞ୍ଜନ କୁମାର ସାହୁ ଓ ପରିଦର୍ଶକ ସତ୍ୟଜିତ ବେହେରା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଇଥିଲା। ସେହିପରି ଢେଙ୍କିକୋଟରେ କ୍ଲାସିକ ଫେବ୍ରିକେଶନରେ ଅକ୍ଷୟ କୁମାର ମହାନ୍ତ, ଏଲ୍.ଟି.ଏସ. ସାଇକେଲ ଷ୍ଟୋର ରେ ଲଲାଟେନ୍ଦୁ ସାହୁ, ଗାଲାକ୍ସି ଫେବ୍ରିକେଶନରେ ସନ୍ତୋଷ କୁମାର ସିଂ, ଏନ. ଏଚ. ସଂଲଗ୍ନ କିଶୋର ଫାବ୍ରିକେସନ୍, କଲେଜ ରାସ୍ତାର ସରୋଜ ମହାନ୍ତଙ୍କ ବାଇକ ମରାମତି ଦୋକାନ ଆଦି ଅନାନ୍ୟ କେତେକ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଇଛି।

Comments are closed.