ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ପାଟଣା : ନିଜ ପୂଜା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ । ମୃତ ଯୁବକ ଗ୍ରାମର ନିତ୍ୟାନନ୍ଦ ନାୟକ ଙ୍କ ପୁତ୍ର ଚିତ୍ରସେନ ନାୟକ(୩୦) । ସେ ନିଜ ପୂଜା ଘରେ ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳୁ ପରିବାର ଲୋକେ ଦେଖିବା ପରେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ମୃତ ଯୁବକ ଜଣଙ୍କର ଅଧିକାଂଶ ସମୟରେ ନିଶାସକ୍ତ ରହିବା ଓ ସାମାନ୍ୟ ମାନସିକ ବିକୃତି ଥିବା ସୂଚନା ମିଳିଛି ।

Comments are closed.