ସ୍ୱାମ ଶାସନରେ ଶିବ ଆରାଧନା କରୁଛି ବିଲେଇ

ପାଟଣା: ଶିବ ଦର୍ଶନ ନକଲେ ବିଲେଇଟି ଖାଉ ନାହିଁ। କଥାଟି ଆଶ୍ଚର୍ଯ୍ୟଜନକ ଲାଗୁଥିଲେ ମଧ୍ୟ ଏହାର କିଛି ସତ୍ୟତା ରହିଛି। ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ଶାସନରେ ରହିଛି ପ୍ରାଚୀନ ସୋମେଶ୍ୱର ମହାଦେବ ଙ୍କ ମନ୍ଦିର। ଏଠାରେ ପ୍ରତ୍ୟହ ସକାଳୁ ଓ ଅପରାହ୍ନରେ ଦେବନୀତି ସମୟରେ ଭୋଗଲାଗି କରାଯାଇଥାଏ। ଗ୍ରାମରେ ରହୁଥିବା ଏକ ପୋଷା ବିଲେଇ ପାଇଁ ଏହି ମନ୍ଦିର ଏବେ ଚର୍ଚ୍ଚାରେ ରହିଛି। କିଛିଦିନ ହେଲା ମନ୍ଦିର ଖୋଲିବା ପରେ ଏକ ବିଲେଇ ସେଠାରେ ପହଞ୍ଚି ଯାଉଛି। ସିଧାଯାଇ ବୃଷଭ ନନ୍ଦୀ ଙ୍କ ଉପରେ ବସିଯାଇ ଶିବ ଲିଙ୍ଗ କୁ ଚାହିଁ ରହୁଛି। ପୂଜା ପରେ ମନ୍ଦିର କବାଟ ପଡ଼ିବା ପରେ ମଧ୍ୟ ସେ ନନ୍ଦୀ ଙ୍କ ଉପରେ ବସି ରହି ଶିବ ଆରାଧନା କରୁଥିବା ଚର୍ଚ୍ଚା ହେଉଛି। କୁହାଯାଉଛି କି ଶିବ ଦର୍ଶନ ପରେ ସେ ସେଠାରୁ ଖାଦ୍ୟ ଅନ୍ୱେଷଣ ରେ ଚାଲିଯାଉଛି।

Comments are closed.