ମକା ଚାଷ ଉଜାଡୁଛନ୍ତି ଶୁଆ ପଲ

ପାଟଣା: ପାଟଣା ଓ ଘଟଗାଁ ବ୍ଲକର ବିଭିନ୍ନ ଗ୍ରାମରେ ଲୋକେ ବର୍ଷା ଦିନିଆ ମକା ଚାଷ କରିଥିବା ବେଳେ ସ୍ୱଳ୍ପ ବୃଷ୍ଟିପାତ ସତ୍ବେ ଚଳିତ ବର୍ଷ ଭଲ ଅମଳ ଆଶା କରାଯାଉଥିଲା। ତେବେ ଚଳିତ ବର୍ଷ ମକା ଚାଷୀଙ୍କ ଉପରେ ଦାଉ ସାଜିଛନ୍ତି ଜଙ୍ଗଲି ଶୁଆ ପଲ। ହଜାର ହଜାର ସଂଖ୍ୟାରେ ଶୁଆ ଓ ଟିଆ ପଲ ଉଡ଼ି ଆସି ମକା ଖେତ ରେ ପଶିବା ସହ ମକା ଖାଇବା ସହ କାମୁଡି କାମୁଡି ଅଧା ନଷ୍ଟ କରିଦେଉଛନ୍ତି। ଅମଳ ହେବାକୁ ଥିବା ଓ ଅମଳ ଅପେକ୍ଷା ରେ ଥିବା ମକା ଚାଷୀ ଏପରି ହେବା ଦ୍ବାରା କ୍ଷତିର ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ଲୋକେ ଆଗୁଆ ଅମଳ କରି ଦେଉଥିବାରୁ ମକା ବିକ୍ରି ହୋଇପାରୁ ନଥିବା ଦେଖାଯାଉଛି। ବାଧ୍ୟ ହୋଇ ଚାଷୀ କେଜି ପିଛା ୧୦ ଟଙ୍କାରେ ମକା ବିକୁଥିବା ଦେଖାଯାଇଛି।

Comments are closed.