ଇଂ ବିନୋଦ ବିହାରୀ ନାଏକ କଂଗ୍ରେସ ସାମାଜିକ ଗଣମାଧ୍ୟମ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କୁ ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ମୟୁରଭଞ୍ଜ, ଭଦ୍ରକ ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସାମାଜିକ ଗଣମାଧ୍ୟମ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ପ୍ରଦାନ କରାଯାଇଛି। ଶ୍ରୀ ନାଏକ ପୂର୍ବରୁ ସାମାଜିକ ଗଣମାଧ୍ୟମ ବିଭାଗର ସାଧାରଣ ସମ୍ପାଦକ ଦାୟିତ୍ଵ କୁ ସୂଚାରୁ ରୂପେ ତୁଲାଇ ଆସିଥିବା ବେଳେ ତାଙ୍କ ଉପରେ ପ୍ରଦେଶ କଂଗ୍ରେସ କମିଟି ଆସ୍ଥା ଓ ଭରଷା କରି ତିନୋଟି ସାଙ୍ଗଠନିକ ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରିଅଛି।

ସାମାଜିକ ଗଣମାଧ୍ୟମର ପ୍ରଦେଶ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଆଜି ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଏଥିପାଇଁ ଇଂ ନାଏକ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମାଜିକ ଗଣମାଧ୍ୟମ ପ୍ରଦେଶ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ପୂର୍ବତନ ସଭାପତି ଜୟଦେବ ଜେନା, ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ସମ୍ପାଦକ ସଂଗ୍ରାମ ଦାସ ସମେତ ଜିଲ୍ଲା ସଭାପତି ବିପ୍ଳବ ମିଶ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.