ମାସ ମାସ ଧରି “ମୋ ସରକାର” କକ୍ଷରେ ତାଲା

ପାଟଣା : ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମକର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି । ଶେଷ ବାକ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଲେଖା ଥିବା ପାଟଣା ବ୍ଲକ କାର୍ୟ୍ୟାଳୟର ପ୍ରଥମ ମହଲାର ପ୍ରବେଶ ପଥରେ “ମୋ ସରକାର” କକ୍ଷ ଦେଖିବାକୁ ମିଳୁଛି । ବ୍ଲକ ଅଞ୍ଚଳ ର ଜନସାଧାରଣ ଏହି କକ୍ଷ କୁ ଆସି ସେମାନଙ୍କର ବିବିଧ ସମସ୍ୟା ସମ୍ପର୍କରେ ଅଭିଯୋଗ କରିପାରିବେ ବୋଲି ସରକାରୀ ନିର୍ଦ୍ଦେଶରେ ଏହା ଖୋଲା ଯାଇଥିଲା । ବିଧାୟକ ଜଗନ୍ନାଥ ନାଏକ ଏହାକୁ ଉଦଘାଟନ ମଧ୍ୟ କରିଥିଲେ । ହେଲେ ଏହି କକ୍ଷ ପାଟଣା ବ୍ଲକରେ ମାସ ମାସ ଧରି ବନ୍ଦ ରହିଛି । ଖରା ବର୍ଷାରେ ଅଭିଯୋଗକାରୀ କଦମ୍ବ ଗଛ ମୂଳରେ ଠିଆ ହୋଇ କକ୍ଷ ଖୋଲା ନଥିବା ଦେଖି ବାରମ୍ବାର ଫେରୁଥିବା ଅଭିଯୋଗ ହୋଇଛି ।

Comments are closed.