ସ୍ବୟଂ ସହାୟିକା ଗୋଷ୍ଠୀର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ପାଟଣା: ସାହାରପଡା ଵ୍ଲକ ଅନ୍ତର୍ଗତ ଯୁମେଇ ଵିଦ୍ୟାଳୟ ପରିସରରେ ନାବାର୍ଡ଼ କେନ୍ଦୁଝର ସହାୟତାରେ ୧୫ ଗୋଟି ସ୍ବୟଂ ସହାୟିକା ଦଳର ସଭାପତି ଓ ସମ୍ପାଦିକାମାନଙ୍କୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନାବାର୍ଡ଼ର ଡ଼ିଡ଼ିଏମ୍ ଡି କେ ମଲ୍ଲିକ ଯୋଗଦେଇ ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହ ବ୍ୟାଙ୍କ ଲିଙ୍କ ଓ ଋଣ କାରବାର କିପରି କରାଯାଏ ତାହା ପ୍ରାଞ୍ଜଳ ଭାବେ ଶିବିରାର୍ଥୀମାନଙ୍କୁ ଵୁଝାଇଥିଲେ। ଷ୍ଟାର ଅନୁଷ୍ଠାନର ସମ୍ପାଦକ କେଦାର ନାଥ ଆରୁକ ଏବଂ ସଦାନନ୍ଦ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.