ପ୍ରଶାସନ ଶୁଣିଲାନି, ଗାଁ ରାସ୍ତା ମରାମତି କଲେ ଯୁବମୋର୍ଚ୍ଚା ସଦସ୍ୟ

ପାଟଣା: ପ୍ରଶାସନ ଶୁଣିଲା ନାହିଁ। ବାଧ୍ୟ ହୋଇ ଦୁବୁଲାବେଡା ଗାଁ ରାସ୍ତା ମରାମତି କଲେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଦୁବୁଲାବେଡା ଗ୍ରାମକୁ ଯାଇଥିବା ରାସ୍ତାର ଅନେକ ସ୍ଥାନ ଖାଲ ଖମାରରେ ପରିଣତ ହେବା ସହ ବର୍ଷାହେଲେ ରାସ୍ତା ଉପରେ ପାଣି ଚାଲୁଥିଲା ଯାହା ଫଳରେ ଯାନବାହନ ଚଳାଚଳରେ ବହୁ ସମସ୍ୟା ସୃଷ୍ଟି ହେବା ସହ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଆଜି ରାସ୍ତାର ଏହି ସବୁ ଖରାପ ସ୍ଥାନଗୁଡିକ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ମାନେ ନିଜ ଖର୍ଚ୍ଚରେ ରାସ୍ତା ଉପରେ ମାଟି ଓ ମୋରମ ପକାଇ ରାସ୍ତା ମରାମତି କାର୍ଯ୍ୟ କରିଛନ୍ତି।

ଏଥିରେ ଯୁବମୋର୍ଚ୍ଚା ସମ୍ପାଦକ ରବୀନ୍ଦ୍ର ମୁଣ୍ଡା, ନରେଶ କୁମାର ମହାନ୍ତ, ପ୍ରତାପ ମହାନ୍ତ, ମଣ୍ଟୁ ମହାନ୍ତ, ବଳଭଦ୍ର ନାଏକ, ଲାଦୁ ମୁଣ୍ଡା, ହତିରାମ୍ ବାନରା, ଲକ୍ଷ୍ମୀଧର ବାନରା ପ୍ରମୁଖ ନିଜେ ଅର୍ଥ ଖର୍ଚ୍ଚ ସହ ଶ୍ରମ ଦାନ କରି ରାସ୍ତା ମରାମତି କରିଥିଲେ। ତେବେ ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରକାଶ ପାଇଛି। ତେବେ ବିଜେପି ଯୁବମୋର୍ଚ୍ଚାର ଏଭଳି କାର୍ଯ୍ୟକୁ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।

Comments are closed.