ସାହାରପଡାରେ ନୂତନ ବସଷ୍ଟାଣ୍ଡ ପାଇଁ ସୀମା ନିର୍ଦ୍ଧାରଣ ଚୁଡାନ୍ତ ହେଲା

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟଳୟରେ ବହୁ ଦିନରୁ ଏକ ବସ ଷ୍ଟାଣ୍ଡ ହେବା ପାଇଁ ଦାବି ହେଇ ଆସୁଥିଲା। ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ସାହାରପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲମ୍ବୋଧର ଖୁଣ୍ଟିଆ ୨ଟି ସ୍ଥାନ ପରିଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ପ୍ରସ୍ତାବ ଦେବା ପରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କମାର ନାୟକ, ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ୨୬ ତାରିଖ ଗସ୍ତ କରି ସ୍ଥାନ ପରିଦର୍ଶନ କରିଥିବା ବେଳେ ଗୁରୁବାର ଦିନ ସାହାରପଡା ତହସିଲଦାର ବାବାଜୀ ଚରଣ ସିଂଙ୍କ ନେତୃତ୍ୱରେ ନୂତନ ବସଷ୍ଟାଣ୍ଡ ପାଇଁ ସାହାରପଡା ଫାଣ୍ଡି ନିକଟରେ ଅନ୍ତିମ ସୀମା ନିର୍ଦ୍ଧାରଣ ଚୁଡାନ୍ତ କରାଯାଇଛି। ଏଥିରେ ଆର.ଆଇ. ଶରତ ଚନ୍ଦ୍ର ନାଏକ, କନିଷ୍ଠ ଯନ୍ତ୍ରୀ ମଧୂସୁଧନ ପାତ୍ର, ପରିଦର୍ଶକ ତ୍ରିଲୋଚନ ମହାନ୍ତ ଏବଂ ସାହାରପଡାର ବୁଦ୍ଧିଜୀବୀ ଶୈଳ ମହାନ୍ତ, ନିରୋଜ ମହାନ୍ତ ଓ ବିଜୟ ଖଟୁଆଙ୍କ ଉପସ୍ଥିତିରେ ବସଷ୍ଟାଣ୍ଡ ପାଇଁ ଅନ୍ତିମ ସୀମା ନିର୍ଦ୍ଧାରଣ କାର୍ଯ୍ୟ କରାଯାଇଛି।

Comments are closed.