ଚନ୍ଦନ ମିତ୍ରଙ୍କ ପରଲୋକରେ ଶୋକ

ପାଟଣା: ବରିଷ୍ଠ ନେତା, ସାମ୍ବାଦିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଜେପି ଓଡ଼ିଶା ପ୍ରଭାରୀ ଚନ୍ଦନ ମିତ୍ରଙ୍କ ପରଲୋକରେ ଶୋକ ପ୍ରକାଶ ପାଇଛି। ପୂର୍ବତନ ସାଂସଦ ତଥା ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଆଇନଜୀବି ରାଧାକାନ୍ତ ମହାନ୍ତ, ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାପତି ମମତା ସିଂହ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ପ୍ରମୁଖ ବହୁ ବିଜେପି ନେତା ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ମଧ୍ୟ ଶ୍ରୀ ମିତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି।

Comments are closed.