ଚୋରି ମୋବାଇଲ ଉଦ୍ଧାର, ବିବାହିତା ଯୁବତୀ ଗିରଫ

ପାଟଣା: ପାଟଣା ଆନନ୍ଦେଶ୍ୱର ମନ୍ଦିର ନିକଟରେ ଘର କରି ରହୁଥିବା ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ଘରେ ପଶି ଦିନ ୧୧ଟା ସମୟରେ କେହି ଦୁଇଟି ଦାମିକା ମୋବାଇଲ ଚୋରାଇ ନେଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଗତ ମଇ ମାସ ୨୮ ତାରିଖ ଏହି ଘଟଣା ଘଟିଥିବା ବେଳେ ପାଟଣା ଥାନା ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଥିଲା। ତେବେ ଆଜି ମୋବାଇଲ ଚୋରି ଅଭିଯୋଗରେ ସାହାରପଡ଼ାର ସାଗର ବେହେରାଙ୍କ ପତ୍ନୀ ତଥା ଝାଡ଼ଖଣ୍ଡ ଅଞ୍ଚଳର ମୂଳ ବାସିନ୍ଦା ଶିବାନୀ ବେହେରା(୨୨) ଙ୍କୁ ପାଟଣା ଆରକ୍ଷୀ ଗିରଫ କରିଛି। ଥାନା କେଶ ନଂ ୬୯/୨୧ ମୂଳେ ୪୮୪/୩୮୦ ଆଇପିସିରେ ଶିବାନୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ଠାରୁ ଚୋରି ମୋବାଇଲ ଉଦ୍ଧାର କରାଯାଇଛି।

Comments are closed.