ନିଶାସକ୍ତ ଯୁବକକୁ ଚୋର ଭାବି ନିସ୍ତୁକ ମାଡ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଗୋବରାବେଡା ଗ୍ରାମରେ ନିଶାସକ୍ତ ଅବସ୍ଥାରେ ଜଣକ ଘରେ ପଶି ଯାଇଥିବା ଜଣେ ଯୁବକ କୁ ଗତକାଲି ଛେଳି ଚୋର ଭାବି କିଛି ଲୋକ ଗତକାଲି ନିସ୍ତୁକ ମାଡ଼ ମାରିଥିଲେ। ଟାୱାର ଖୁଣ୍ଟି ରେ ବାନ୍ଧି ଯୁବକକୁ ମାଡ଼ ମରାଯାଇଥିବା ଭିଡିଓ ଭାଇରାଲ ହେବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଥିଲେ। ତେବେ ଯୁବକ ଜଣକ ନିଶାପାନ କରି ଭୁଲରେ ଜଣକ ଘରେ ପଶିଯାଇଥିବା ଜଣାପଡିବା ପରେ ଗ୍ରାମରେ ଘଟଣାର ଆପୋଷ ସମାଧାନ ହୋଇଥିଲା।

Comments are closed.