ବତକ ଚୋରି ଘଟଣାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି

ପାଟଣା: ପାଟଣା ଥାନା ଅନ୍ତର୍ଗତ ବାଉଁଶଡିହା ଗ୍ରାମର ରମେଶ ମହାନ୍ତଙ୍କ ବତକ ଭାଡିରୁ ଗତ ନଭେମ୍ବର ୧୪ କାଳୀପୂଜା ରାତି ବତକ ଚୋରି ମାମଲାରେ ମୋଟ ୬ ଜଣ ସଂପୃକ୍ତ ଥିବା ବେଳେ ପାଟଣା ଆରକ୍ଷୀ ପୂର୍ବରୁ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ଏହି ଘଟଣାରେ ସଂପୃକ୍ତ ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଜଣକ ଦୂର୍ଗାଦେଇପୁରର ମାନସ ବେହେରା(୨୫) ବୋଲି ଜଣାପଡିଛି। ଥାନା ଆରକ୍ଷୀ ଉପ ନିରୀକ୍ଷକ ରଣଜିତ ପଟ୍ଟନାୟକ ଘଟଣାର ତଦନ୍ତ କରୁଥିବା ବେଳେ ଆଉ ଦୁଇ ଜଣ ଫେରାର ଥିବାରୁ ସେମାନଙ୍କ ଗିରଫ ଜାରି ସମ୍ଭବ ହୋଇ ନଥିବା ସୂଚନା ମିଳିଛି।

Comments are closed.